Greta thunberg 750x430

ସ୍ଵିଡେନର ପରିବେଶବିତ ଗ୍ରେଟା ଥନବର୍ଗ ଏବଂ ଅନ୍ୟ ୧୧ ଜଣ ଅନ୍ତର୍ଜାତୀୟସ୍ତରର ସ୍ଵେଚ୍ଛାସେବୀଙ୍କୁ ଅଟକ ରଖିଛି ଇସ୍ରାଏଲ। ଏମାନେ ସମସ୍ତେ ମାନବବାଦୀ ସହାୟତା ଉଦ୍ଦେଶ୍ୟରେ ଜରୁରୀ ସାମଗ୍ରୀ ନେଇ ଗାଜା ଯାଉଥିବାବେଳେ ଇସ୍ରାଏଲ ସେନା ସୋମବାର ସନ୍ଧ୍ୟାରେ ଜାହାଜ ‘ମାଡଲୀନ’କୁ ଜବତ କରିବା ସହିତ ସେମାନଙ୍କୁ ଅଟକ ରଖିଛି। ଅଶଦୋଦ ବନ୍ଦରରେ ଜାହାଜ ସହିତ ଥନବର୍ଗ ଏବଂ ଅନ୍ୟମାନେ ଅଟକ ରହିଛନ୍ତି।

ଇସ୍ରାଏଲରେ ପହଞ୍ଚିବା ପରେ ଥନବର୍ଗଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି। ଇସ୍ରାଏଲ ବିଦେଶ ମନ୍ତ୍ରଣାଳୟ ଅଟକ ସମ୍ପର୍କରେ ସ୍ପଷ୍ଟ କରିଛି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍‌ କହିଛନ୍ତି, ୨୦୨୪ ଅକ୍ଟୋବର ୭ ହମାସ ଆକ୍ରମଣର ଏକ ଫୁଟେଜ ସେମାନଙ୍କୁ ଦେଖାଯାଇଥିଲା। କିନ୍ତୁ ସେମାନେ ତାହାକୁ ଦେଖିବାକୁ ମନା କରିଦେଇଥିଲେ। ଥନବର୍ଗ ଏବଂ ଅନ୍ୟମାନେ ଆଖି ବନ୍ଦ କରି ହମାସର ଅତ୍ୟାଚାରକୁ ଅଣଦେଖା କରିଦେଇଛନ୍ତି ବୋଲି କାଜ୍‌ କହିଛନ୍ତି।

Share