Delhi rain

ନୂଆଦିଲ୍ଲୀ : ଅସହ୍ୟ ଗରମରୁ ଶନିବାର ଅପରାହ୍ନରେ ଆଶ୍ୱସ୍ତି ପାଇଲେ ଦିଲ୍ଲୀ ସମେତ ଏନସିଆରବାସୀ । ସକାଳରୁ ଅସହ୍ୟ ଗରମ ଅନୁଭୂତ ହୋଇଥିବା ବେଳେ ହଠାତ୍ ଅପରାହ୍ନରେ ଆକାଶରେ କଳା ମେଘ ଘୋଡ଼ାଇ ହୋଇଗଲା। ଏହା ପରେ ଅନେକ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ ଫରିଦାବାଦ ଭଳି ସହରରେ ବର୍ଷା ହୋଇଛି ।

ଦିଲ୍ଲୀର ଆଇଜିଆଇ ବିମାନବନ୍ଦର ଏବଂ ଆରକେ ପୁରମରେ ଅପରାହ୍ନରେ ପ୍ରବଳ ବର୍ଷା ଯୋଗୁଁ ପାଗ ପରିବର୍ତ୍ତନ ହୋଇଛି। ଶନିବାର ଅପରାହ୍ନରେ ଫରିଦାବାଦରେ ପ୍ରବଳ ବର୍ଷା ଯୋଗୁଁ ଲୋକମାନେ ଗରମରୁ ଆଶ୍ୱସ୍ତି ପାଇଛନ୍ତି। ଦୁଇ ଚକିଆ ଯାନ ଚାଳକମାନେ ବର୍ଷାର ମଜା ନେଉଥିବାର ଦେଖାଯାଇଛି। ନୋଏଡାରେ ଅପରାହ୍ନରେ ହଠାତ୍ ଆକାଶକୁ କଳା ମେଘ ଘୋଡ଼ାଇ ଦେଇଥିଲା। ଏହା ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା। ଗାଜିଆବାଦରେ ମଧ୍ୟ ପ୍ରବଳ ବର୍ଷା ହେଉଛି।

Share