ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଶିଶୁକନ୍ୟା ଗୁରୁତର

S98Tovp6GXye9qhZzL0O

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଭରୁଆପାଲିରେ ଆଜି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏଠାରେ ମଦ୍ୟପ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଶିଶୁ କନ୍ୟା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ପୁଲିସ କହିଛି, ବେଲପଡ଼ା ବ୍ଲକ ଅନ୍ତର୍ଗତ ଭରୁଆପାଲି ଗ୍ରାମର ଜୟ କିଶନ ଆଜି ଅପରାହ୍ଣରେ ନିଜ ପତ୍ନୀ ସହ ଝଗଡା କରିଥିଲା। ପରେ ଉଭୟଙ୍କ କଳି ଉଗ୍ର ରୂପ ନେଇଥିଲା।

ଏହି ସମୟରେ ଜୟ କିଶନ ଉତ୍ୟକ୍ତ ହୋଇ ନିକଟରେ ଥିବା ଟାଙ୍ଗିଆରେ ରଂଜିତାଙ୍କ ଉପରକୁ ଆକ୍ରମଣ କରିଥିଲା। ଚୋଟ ପରେ ଚୋଟ ମାରିଥିଲା। ଏପରିକି ଶିଶୁକନ୍ୟାକୁ ମଧ୍ୟ ଛାଡ଼ି ନଥିଲା। ଗୁରୁତର ଶିଶୁକନ୍ୟାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ବେଳେ ଜୟ କିଶନ ଫେରାର ମାରୁଥିବା ବେଳେ ପୁଲିସ ପହଞ୍ଚି ସ୍ବାମୀ ଜୟ କିଶନକୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

Share