C24188a0 8ded 46ba 8593 29cfd1a3

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ଜିଲ୍ଲାପାଳ ହେଲମେଟ୍ ବିନା ପେଟ୍ରୋଲ ଉପରେ ରୋକ ଲଗାଇବା ପାଇଁ ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।

ଗତଶୁକ୍ରବାର ଏହି ନିର୍ଦ୍ଦେଶ ଉଲ୍ଲଂଘନ ଉପରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହେଲମେଟ୍ ବିନା ପେଟ୍ରୋଲ ଦେବା ଘଟଣାକୁ କେନ୍ଦ୍ର କରି ଜିଲ୍ଲାପାଳ ଏକ ପେଟ୍ରୋଲ ପମ୍ପକୁ ସିଲ୍ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଇନ୍ଦୋର ଜିଲ୍ଲାର ଅରଣ୍ଡିଆ ବାଇପାସରେ ଅବସ୍ଥିତ ଏକ ପେଟ୍ରୋଲ ପମ୍ପରେ ବିନା ହେଲମେଟରେ ଦୁଇ ଚକିଆ ଯାନକୁ ପେଟ୍ରୋଲ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଉକ୍ତ ପେଟ୍ରୋଲ ପମ୍ପ ପରିସରରେ କୌଣସି ସ୍ଥାନରେ ବି ‘ହେଲମେଟ୍ ବିନା ପେଟ୍ରୋଲ ନାହିଁ’ ଲେଖାଥିବା କୌଣସି ସୂଚନା ବୋର୍ଡ ଲଗାଯାଇ ନାହିଁ। ଏହାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ବିଚାର କରି ପେଟ୍ରୋଲ ପମ୍ପକୁ ସିଲ୍ କରି ଦିଆଯାଇଛି।

ଏହି ଆଇନଗତ ବ୍ୟବସ୍ଥା ଅନୁଯାୟୀ,ବିନା ହେଲମେଟରେ ପେଟ୍ରୋଲ ଦେବା ଦୋଷୀକୁ ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟଙ୍କୁ ଦଣ୍ଡିତ କରାଯାଇପାରିବ।

Share