1754128371 new project 7

ରାଞ୍ଚି : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତା ଶିବୁ ସୋରେନଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଛି। ଗତ ଜୁନ ମାସରେ ୮୧ ବର୍ଷୀୟ ସୋରେନଙ୍କ ଦେହ ଅସୁସ୍ଥ ହେବାରୁ ସେବେଠାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କିଡନୀ ସମ୍ବନ୍ଧୀୟ ସମସ୍ୟା କାରଣରୁ ଗତ ଜୁନ ଶେଷ ସପ୍ତାହରେ ସୋରେନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦିନକୁ ଦିନ ସ୍ଵାସ୍ଥ୍ୟାବସ୍ଥାରେ ଅବନତି କାରଣରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖି ଚିକିତ୍ସା କରାଯାଉଛି। ଶିବୁ ସୋରେନ ଜେଏମଏମର ପ୍ରତିଷ୍ଠାତା। ଦୀର୍ଘ ୩୮ ବର୍ଷ ଧରି ସେ ଦଳର ମଙ୍ଗ ସମ୍ଭାଳିଥିଲେ।

Share