ନୂଆଦିଲ୍ଲୀ: ଯାତ୍ରୀଙ୍କୁ ଅପରିଷ୍କାର ସିଟ୍ ଦେବା ଇଣ୍ଡିଗୋକୁ ପଡ଼ିଲା ମହଙ୍ଗା । ଏଥିପାଇଁ ଏୟାରଲାଇନ୍ସକୁ ୧.୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ଏକ ଉପଭୋକ୍ତା ଫୋରମ୍ । ଜଣେ ମହିଳା ଜଣକ ଭୋଗୁଥିବା ଅସୁବିଧା, ଯନ୍ତ୍ରଣା ଏବଂ ମାନସିକ ଯନ୍ତ୍ରଣାର କ୍ଷତିପୂରଣ ପାଇଁ ଫୋରମ୍ ଏହି ନିର୍ଦ୍ଦେଶ ଦେଇଛନ୍ତି । ମଇଳା ଏବଂ ଦାଗଯୁକ୍ତ ସିଟ୍ ପାଇଁ ଇଣ୍ଡିଗୋକୁ ଏଭଳି କ୍ଷତିପୂରଣ ଦେବାକୁ ପଡିଛି । ନୂଆଦିଲ୍ଲୀ ଜିଲ୍ଲା ଉପଭୋକ୍ତା କମିଶନ ପିଙ୍କି ନାମକ ଜଣେ ମହିଳାଙ୍କ ଅଭିଯୋଗ ଉପରେ ଏହି ରାୟ ଦେଇଛନ୍ତି ।
ଖବର ମୁତାବକ, ଜାନୁଆରୀ ୨ ତାରିଖରେ ବାକୁରୁ ନୂଆଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ମହିଳା ଯାତ୍ରୀଙ୍କୁ ଅପରିଷ୍କାର ଏବଂ ଦାଗଯୁକ୍ତ ସିଟ୍ ଦିଆଯାଇଥିଲା । ଯେତେବେଳେ ଯାତ୍ରୀ ଜଣକ ଏହି ବିଷୟରେ ଅଭିଯୋଗ କରିଥିଲେ, ସେତେବେଳେ ଏୟାରଲାଇନ୍ସ ଏହାକୁ ହାଲୁକା ଭାବରେ ନେଇଥିଲା ଏବଂ ସମ୍ବେଦନହୀନ ଭାବରେ ମାମଲାକୁ ଏଡ଼ାଇ ଦେଇଥିଲା ।
ଏୟାରଲାଇନ୍ସ ତାଙ୍କ ସମସ୍ୟାକୁ ଗମ୍ଭୀରତାର ସହ ନେଇଛନ୍ତି ବୋଲି କହି ତାଙ୍କୁ ଆଉ ଏକ ସିଟ୍ ଦେଇଥିଲା ବୋଲି କହିଥିଲା । କିନ୍ତୁ ଏୟାରଲାଇନ୍ସ ଏଭଳି କିଛି କରିନଥିଲା । ଘଟଣା ବିଷୟରେ ଯାତ୍ରୀ ଜଣକ ଦିଲ୍ଲୀ ଉପଭୋକ୍ତା ଫୋରମରେ ଅଭିଯୋଗ କରିଥିଲେ । ଯାହାପରେ ଏୟାରଲାଇନକୁ ନିଜ ସେବାର ଦୋଷୀ ବୋଲି ଜରିମାନା ଲଗାଯାଇଥିଲା । ଯାତ୍ରୀଙ୍କୁ ହୋଇଥିବା ଅସୁବିଧା, ଯନ୍ତ୍ରଣା, ମାନସିକ କଷ୍ଟ ପାଇଁ ଫୋରମ ଇଣ୍ଡିଗୋ ୧.୫ ଲକ୍ଷ ଟଙ୍କାର ଜରିମାନା ଦେବାକୁ ଆଦେଶ ଦେଇଛନ୍ତି । ଏହାଛଡା ଯାତ୍ରୀଙ୍କ ଜଣକ କେସ୍ ପାଇଁ ଲଢିଥିବା ୨୫,୦୦୦ ଟଙ୍କା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।