ଭାରତ ସହିତ ଉତ୍ତେଜନା ବୃଦ୍ଧି କଲା ପାକିସ୍ତାନ । ଏହା ପରେ ପାକିସ୍ତାନ ତାର ଏୟାରସ୍ପେସ୍ ବନ୍ଦ କରିବାର ନିଷ୍ପତ୍ତି ନେବା ଦ୍ୱାରା ନିଜ ପାଇଁ ବହୁତ କ୍ଷତି ହୋଇଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରକାଶ କରିଛି ଯେ ଭାରତୀୟ ବିମାନ ପାଇଁ ତାର ଏୟାରସ୍ପେସ୍ ବନ୍ଦ କରିବା ଯୋଗୁଁ ଦୁଇ ମାସରେ ପ୍ରାୟ ୧୨୭ କୋଟି ଭାରତୀୟ ଟଙ୍କା ଅର୍ଥାତ୍ (୪.୧୦ ବିଲିୟନ ପାକିସ୍ତାନୀ ଟଙ୍କା) କ୍ଷତି ହୋଇଛି ।
ଶୁକ୍ରବାର ଦିନ ପାକିସ୍ତାନର ଜାତୀୟ ସଭାରେ ଏହି ସୂଚନା ଦିଆଯାଇଛି । ୨୩ ଏପ୍ରିଲରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଗୋଟିଏ ଦିନ ପରେ, ପାକିସ୍ତାନ ଭାରତୀୟ ବିମାନ ପାଇଁ ତାର ଆକାଶ ସୀମା ବନ୍ଦ କରିଦେଇଥିଲା ।
୨୪ ଏପ୍ରିଲରୁ ୩୦ ଜୁନ୍ ୨୦୨୫ ପର୍ଯ୍ୟନ୍ତ, ଏହି ପଦକ୍ଷେପ ପାକିସ୍ତାନକୁ ବିପୁଳ ଆର୍ଥିକ କ୍ଷତି ପହଞ୍ଚାଇଥିଲା। ଏହି ସମୟ ମଧ୍ୟରେ ପ୍ରାୟ ୧୦୦-୧୫୦ ଭାରତୀୟ ବିମାନ ପ୍ରଭାବିତ ହୋଇଥିଲା । ହେଲେ, ଏକ ରିପୋର୍ଟ ଦ୍ୱାରା ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟର ଉଦ୍ଧୃତି ଅନୁଯାୟୀ, ସାର୍ବଭୌମତ୍ୱ ଏବଂ ଜାତୀୟ ପ୍ରତିରକ୍ଷା ଆର୍ଥିକ ସ୍ୱାର୍ଥଠାରୁ ଊର୍ଦ୍ଧ୍ୱରେ ।
ଏଥି ସହ ଜାଣିରଖନ୍ତୁ ଯେ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଯଦିଓ ଆର୍ଥିକ କ୍ଷତି ହୋଇଛି, ଦେଶର ସୁରକ୍ଷା ସର୍ବୋପରି । ଆଶ୍ଚର୍ଯ୍ୟଜନକ ଭାବରେ, ଏହି କ୍ଷତି ସତ୍ତ୍ୱେ, ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମୋଟ ରାଜସ୍ୱ ୨୦୧୯ରେ ୫,୦୮,୦୦୦ ଡଲାରରୁ ୨୦୨୫ରେ ୭,୬୦,୦୦୦ ଡଲାରକୁ ବୃଦ୍ଧି ପାଇଛି ।