ନୂଆଦିଲ୍ଲୀ: ବନତାରା ମାମଲାର ତଦନ୍ତ କରୁଥିବା ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ଗୁଜୁରାଟର ଜାମନଗର ସ୍ଥିତ ପ୍ରାଣୀ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର ବନତାରାକୁ କ୍ଲିନ୍ ଚିଟ୍ ଦେଇଛି।
ସୁପ୍ରିମକୋର୍ଟର ବିଚାରପତି ପଙ୍କଜ ମିଥଲ ଏବଂ ପି.ବି. ବରାଲେଙ୍କ ଖଣ୍ଡପୀଠ ଏସଆଇଟି ରିପୋର୍ଟକୁ ରେକର୍ଡରେ ନେଇଛନ୍ତି ଏବଂ କହିଛନ୍ତି ଯେ ଏସଆଇଟି ବନତାରାରେ ଆଇନ ଓ ନିୟମଗୁଡିକର ଅନୁପାଳନ ପ୍ରସଙ୍ଗରେ ସନ୍ତୁଷ୍ଟ ରହିଛି।
ଶୁକ୍ରବାର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିଲା ଏବଂ ସୋମବାର ସୁପ୍ରିମକୋର୍ଟ ଏହାକୁ ଅନୁଧ୍ୟାନ କରିଥିଲେ। କୋର୍ଟ କହିଛନ୍ତି ଯେ ରିପୋର୍ଟ ଅଧ୍ୟୟନ କରିବା ପରେ ହିଁ ଏହା ଏକ ବିସ୍ତୃତ ଆଦେଶ ଜାରି କରିବ।

