ଭୁବନେଶ୍ୱର: ପୋଲିସ ଏସ ଆଇ ଚାକିରି ଦୁର୍ନିତି କେଳେଙ୍କାରୀ । ବଣିକ କୋଚିଂ ସେଣ୍ଟର ସହ ଲିଙ୍କ୍ ଥିହା ସନ୍ଦେହରେ ଗତକାଲି ଉକ୍ତ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ କରିଥିଲା। ରେଡ ପରେ ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍ ଜାରି ହୋଇଛି। HR ମ୍ୟାନେଜର୍, ଆଡମିନ୍ ମ୍ୟାନେଜର ଓ ଆକାଉଣ୍ଟ ହେଡ୍ଙ୍କୁ ନୋଟିସ୍ ହୋଇଛି।
ଆଜି ତଦନ୍ତକାରୀ ଅଧିକାରୀଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। ଗତକାଲି ‘ବଣିକ’ କୋଚିଂ ସେଣ୍ଟରରେ ଛାନ୍ଭିନ୍ କରିଥିଲା କ୍ରାଇମ୍ବ୍ରାଞ୍ଚ। OPRB ଚାକିରି ଦୁର୍ନିତି କେଳେଙ୍କାରି ନେଇ ଛାପା ମାରିଥିଲା। କ୍ରାଇମବ୍ରାଞ୍ଚର CB CID ଟିମ୍ ପହଂଚି କରିଛନ୍ତି ତନାଘନା କରିଥିଲେ। ସିଆରପିଏଫ୍ ସ୍ଥିତ ବାଣିକ କୋଚିଂ ଅନୁଷ୍ଠାନରେ ରେଡ ହୋଇଥିଲା।

