River

କଟକ : କାଠଯୋଡ଼ି ନଦୀରେ ବୁଡ଼ି ଦୁଇ ଜଣ ନାବାଳକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। କୂଳସରିଚୁଆଁ ନିକଟ କାଠଯୋଡ଼ି ନଦୀରେ ରବିବାର ଏହି ଅଘଟଣ ଘଟିଛି। ନାବାଳକ ଦ୍ଵୟ ନଦୀରେ ଗାଧୋଇବା ସମୟରେ ଭାସିଯାଇଥିଲେ। ଉଭୟଙ୍କ ଘର ସ୍ଥାନୀୟ ବସ୍ତକୁଣ୍ଡଳ ଗ୍ରାମରେ। ଅଗ୍ନିଶମ ବାହିନୀ ନାବାଳକମାନଙ୍କୁ ଉଦ୍ଧାର କରିବା ଲାଗି ନଦୀରେ ଖୋଜାଖୋଜି ଜାରି ରଖିଛି।

Share