0011 1068x481

କଲ୍ୟାଣସିଂହପୁର: ମାଓବାଦୀଙ୍କୁ ଧରାଇଲେ ପୁରସ୍କାର ରାଶି ପ୍ରଦାନ କରାଯିବ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଓଡିଶା ପୁଲିସ୍‌ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। କଲ୍ୟାଣସିଂହପୁର ଜଗନ୍ନାଥ ମନ୍ଦିର ପାଚେରୀ, ସମିତି ଓ ତହସିଲଦାର କାର୍ଯ୍ୟାଳୟର ଫାଟକରେ ଏ ନେଇ ପୋଷ୍ଟର ମଧ୍ୟ ଲଗାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟର ଗୁଡିକ ହିନ୍ଦୀ, ଓଡ଼ିଆ ଓ ଆଦିବାସୀ ଭାଷାରେ ଉଲ୍ଲେଖ କରାଯାଇଛି। ଯେଉଁ ଲୋକମାନେ ମାଓବାଦୀଙ୍କ ଠିକଣା ବା ଧରାଇବେ ସେହିମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ। ଏବଂ ତାଙ୍କ ନାମ ଗୁଡିକ ଗୋପନ ରଖାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।
କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଷ ଓଇକେ ଙ୍କୁ ଧରାଇଲେ ସବୁଠାରୁ ଅଧିକା ୧କୋଟି ଟଙ୍କା, ସ୍ବେଶାଲ ଜୋନାଲ କମିଟିର ସଦସ୍ୟ ମାନେ ସୁଦର୍ଶନ ଓରଫ ବିକାଶ,ନିଖିଲ ଓରଫ ଶିବାଜୀ, ଅଙ୍କିତା ଓରଫ ଇନ୍ଦୁ, ଶୁକ୍ରୁ ଓରଫ କ୍ରିଷ୍ଣା, ନିତୁ ଏହି ପାଞ୍ଚ ଜଣଙ୍କୁ ଧରାଇଲେ ୫୦ଲକ୍ଷ ଟଙ୍କା ଲେଖାଏଁ, ମିଲିଟାରୀ ପ୍ଲାଟୁନ କମାଣ୍ଡର ଶିଳା ଓରଫ ନାଗମଣୀ, ଅନ୍ଵେଷା ଓରଫ ରେଣୁ, ଡିଭିଜିନାଲ କମିଟି ସଦସ୍ୟ ମମତା ଓରଫ ସାଇତେ, ନକୁଲ ଓରଫ ଚନ୍ଦ୍ରା ଙ୍କୁ ଧରାଇଲେ ୨୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ଘୋଷଣା କରିବା ସହ ପୋଷ୍ଟର ମାଧ୍ୟମରେ ଉଲ୍ଲେଖ କରାଯାଇଛି। ଏହା କାହା ଦ୍ୱାରା ଲଗାଯାଇଛି ଲେଖା ହୋଇନଥିବାବେଳେ ଶେଷରେ ୯୪୩୭୬୪୩୮୩୯ ଦ୍ୱାରା ଯୋଗାଯୋଗ କରିବା ପାଇଁ ଉଲ୍ଲେଖ ରହିଛି।

Share