ଗୁରୁତୁର ଅବସ୍ଥାରେ ବୃଦ୍ଧ ବାପା, ମା’ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପାରିବାରିକ କଳହରୁ ହାଣିଥିବା ସୂଚନା ରହିଛି। ସୂଚନା ଅନୁସାରେ, ଗାଁର ମନୋଜ ନାୟକ ବିଳମ୍ବିତ ରାତିରେ ବାପା ମଧୁସୂଦନ ନାୟକ ଓ ମାଆ ମାଧୁରୀ ନାୟକଙ୍କୁ ଅତର୍କିତ ଆକ୍ରମଣ କରି ଫେରାର ମାରିଛି ।
ଖେରଙ୍ଗ ସରପଞ୍ଚ ଓ ଅନ୍ୟ ଗ୍ରାମବାସୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ମତୋ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

