ସେହିପରି ଶିଶୁ ମଙ୍ଗଳ ବିଭାଗ ଏକ ପତ୍ର ଜରିଆରେ ଯେଉଁ ଆଦିବାସୀ ଝିଅ ମାନେ ୧୮୦୦୦ତାଙ୍କ ଲେଖାଏଁ ସରକାରୀ ବୃତ୍ତି ପାଉଛନ୍ତି ସେମାନଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦେବାକୁ କୁହାଯାଇଛି। ଏହାକୁ ଜାତୀୟ କଂଗ୍ରେସ ବିରୋଧ କରିବା ସହ ଆଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିଛି।
ନୂଆପଡ଼ା: ନୂଆପଡା ଜିଲାରେ ନୂଆ ୫ହଜାର ଭୋଟରଙ୍କୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଆଜି ସଦର ମହକୁମା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି କଂଗ୍ରେସ । ପ୍ରଶାସନ ଜିଲାରେ ମୋଟ ଭୋଟର ତାଲିକା ପ୍ରକାଶ କରିବାପରେ ନୂତନ ପାଞ୍ଚ ହଜାର ଭୋଟର ବାବଦରେ କୌଣସି ସୂଚନା ଦେଇନଥିବା କଂଗ୍ରେସ ଅଭିଯୋଗ କରିଛି।
ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସର ମିଡ଼ିଆ ସେଲ ମୁଖ୍ୟ ଅରବିନ୍ଦ ଦାସ, ରାଷ୍ଟ୍ରୀୟ ପ୍ରବକ୍ତା ଡ଼ ହମିଦ ହୁସେନ, ନୂଆପଡ଼ା ପ୍ରାର୍ଥୀ ଘାସିରାମ ମାଝୀ, ନୂଆପଡ଼ା ମିଡ଼ିଆ ସେଲ ପଦାଧିକାରୀ ସୁଧୀର ମିଶ୍ର, ପ୍ରମୁଖ ଉପସ୍ଥିତ ରହି ନୂଆପଡ଼ାରେ ମଧ୍ୟ ପାଞ୍ଚ ହଜାର ମିଛ ଭୋଟର ସାମିଲ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାସହ ରାଜ୍ୟରେ ଏସ ଆଇ ପରୀକ୍ଷା ଜାଲିଆତି ମାମଲାର ସିବିଆଇ ତଦନ୍ତ ଉଚ୍ଚ ନ୍ୟାୟାଳୟର କୌଣସି ବିଚାରପତି କିମ୍ବା ଅବସରକାଳୀନ ବିଚାରପତିଙ୍କ ତତ୍ବାବଧାନରେ କରାଯାଉ ବୋଲି ମଧ୍ୟ ଦାବି କରିଥିଲେ।

