Bjdasset5 1024x1024

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ତତ୍ପର ହୋଇପଡ଼ିଛି। ନୂଆପଡ଼ା ଆସନକୁ ନିଜ ହାତରେ ରଖିବା ଲାଗି ଦଳ ଜୋରଦାର ଉଦ୍ୟମ ଚଳାଇଛି। ନିର୍ବାଚନ ସମୟରେ ଦଳୀୟ କାର୍ଯ୍ୟକୁ ମନିଟର କରିବା ଲାଗି ବିଜେଡି ପକ୍ଷରୁ ବ୍ଲକ ଏବଂ ଏନଏସି ସ୍ତରରେ ନେତାଙ୍କୁ ନିଯୁକ୍ତ କରାଯାଇଛି।

ନୂଆପଡ଼ା ବ୍ଲକ ପାଇଁ ସୁଧୀର ସାମଲ, ଶ୍ରୀକାନ୍ତ ସାହୁ, ମୁକେଶ କୁମାର ପାଲ, ପ୍ରଦୀପ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ସ୍ଵାର୍ଇ, ମନ୍ମଥ ରାଉତରାୟ, ଦେବାଶିଷ ମାରାଣ୍ଡିଙ୍କୁ ନିଯୁକ୍ତ କରାଯାଇଥିବାବେଳେ କୋମନା ବ୍ଲକରେ ପ୍ରଣବ କୁମାର ବଳବନ୍ତରାୟ, ସଞ୍ଜୀବ କୁମାର ମଲ୍ଲିକ ଓ ମାଧବ ଧଡ଼ାଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଖରିଆର ରୋଡ୍ ଏନଏସି ପାଇଁ ଗଣେଶ୍ଵର ବେହେରା, ଅନନ୍ତ ନାରାୟଣ ଜେନା ଏବଂ ରାଜେନ୍ଦ୍ର ସାହୁଙ୍କୁ ନିଯୁକ୍ତ କରାଯାଇଛି।

Share