ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) 2026 ବୋର୍ଡ ପରୀକ୍ଷା ପାଇଁ ଚୂଡ଼ାନ୍ତ ତାରିଖ ପ୍ରକାଶ କରିଛି। ପ୍ରକାଶିତ ତାରିଖ ଅନୁଯାୟୀ, CBSE ଦଶମ ପରୀକ୍ଷା ଫେବୃଆରୀ 17, 2026 ରୁ ଆରମ୍ଭ ହୋଇ ମାର୍ଚ୍ଚ 10, 2026 ପର୍ଯ୍ୟନ୍ତ ଚାଲିବ, ଯେତେବେଳେ କି ଦ୍ୱାଦଶ ପରୀକ୍ଷା ଫେବୃଆରୀ 17 ରୁ ଏପ୍ରିଲ 9, 2026 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ସିବିଏସଇ ପକ୍ଷରୁ କୁହାଯାଇଛି ଯେ ପରୀକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତି ପାଇଁ ଯଥେଷ୍ଟ ସମୟ ଦେବାକୁ ପ୍ରାୟ 110 ଦିନ ପୂର୍ବରୁ ପରୀକ୍ଷା ତାରିଖ ଓ ସୂଚୀ ଘୋଷଣା କରାଯାଇଛି ।

