ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିର ୨୦ଟି ଗାଁରେ ହେବ ଗୃହ ଗଣନା । ସେହିପରି ମୟୂରଭଞ୍ଜ ଠାକୁରମୁଣ୍ଡାର ୪୪ଟି ଗାଁରେ ଗୃହ ଗଣନା ଓ ଗୃହ ତାଲିକା । ଭୁବନେଶ୍ୱର ମହାନଗର ୨୨ ନଂ ଓ୍ୱାର୍ଡରେ ହେବ ପ୍ରାକ୍ ଗୃହ ଗଣନା । କଟକ ମହାନଗର ଓ୍ୱାର୍ଡ ନଂ ୧୭ରେ ମଧ୍ୟ ହେବ ଗୃହ ଗଣନା ଓ ଗୃହ ତାଲିକା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟ ସମନ୍ୱୟରେ ଅନୁଷ୍ଠିତ । ଗୃହ ପରିଦର୍ଶନ କରି ନମ୍ୱର ଦେବେ ଓ ଗଣନା ତଥ୍ୟ ସଂଗ୍ରହ କରିବେ ଗଣନାକାରୀ ।
ଓଡ଼ିଶାରେ ଜନଗଣନା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପାଖାପାଖି ୩୫ ଲକ୍ଷ ଗଣନାକାରୀ, ସୁପରଭାଇଜର୍ ଏବଂ ଅନ୍ୟ ଜନଗଣନା ଅଧିକାରୀ ନିୟୋଜିତ ହେବେ । ସେମାନଙ୍କୁ ଏ ବାବଦରେ ତ୍ରିସ୍ତରୀୟ ପ୍ରଶିକ୍ଷଣ ଦିଆଯାଇଛି । ଏ ନେଇ ସାଇବର ସୁରକ୍ଷା ନେଇ ଉଚ୍ଚମାନର ପଦ୍ଧତି ଅବଲମ୍ବନ କରାଯିବ । ଜନଗଣନା ଅଧିକାରୀ ଲୋକଙ୍କ ଘରକୁ ଯିବା ବେଳେ ବୟସ, ଲିଙ୍ଗ, ବୈବାହିକ ସ୍ଥିତି, ପ୍ରଜନନ ସମ୍ବନ୍ଧୀୟ ତଥ୍ୟ, ପରିବାର ମୁଖିଆଙ୍କ ସହ ସମ୍ପର୍କ ଓ ପରିବାରର ଆକାର ବାବଦରେ ପଚାରିବେ । ଏହା ବ୍ୟତୀତ ଶିକ୍ଷା, ଅର୍ଥନୈତିକ କାର୍ଯ୍ୟକଳାପ, ଜନ୍ମସ୍ଥାନ, ଧର୍ମ, ଭାଷା, ଅକ୍ଷମତା ସ୍ଥିତି ବାବଦରେ ମଧ୍ୟ ବୁଝିବେ ।
ଏହି ଜନଗଣନା ଦ୍ବାରା ବିପର୍ଯ୍ୟୟ ମୁକାବିଲା ବେଳେ ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯାଇପାରିବ । ଅନୁସୂଚିତ ଜାତି, ଜନଜାତି, ଅନ୍ୟ ସମ୍ପ୍ରଦାୟ, ଦିବ୍ୟାଙ୍ଗ ସମେତ ଦୁର୍ବଳ ଗୋଷ୍ଠୀଙ୍କ କାର୍ଯ୍ୟକ୍ରମକୁ ସୁଦୃଢ କରିବ ବୋଲି ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ଶ୍ରୀ ପୱନ କଲ୍ୟାଣ ସୂଚନା ଦେଇଛନ୍ତି ।

