ଭୁବନେଶ୍ବର: ଅରବିନ୍ଦ ପାଢୀଙ୍କ ପଦୋନ୍ନତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ମିଳିଛି । ପଦୋନ୍ନତି ପରେ ମଧ୍ୟ ସେ କୃଷି ବିଭାଗର ପ୍ରମୁଖ ସଚିବ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ଭାବେ କାର୍ଯ୍ୟ ଜାରି ରଖିବେ।
୧୯୯୬ ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କୁ ପେ-ମ୍ୟାଟ୍ରିକ୍ସର ଲେଭଲ-୧୭’ କୁ ପଦୋନ୍ନତି ଦିଆଯାଇଛି।

