ଚିଠିରେ ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (CPEC)ର ଶେଷ ପର୍ଯ୍ୟାୟ ଆଡକୁ ଦ୍ରୁତ ଗତିରେ ବଢ଼ୁଛି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଏକ ପ୍ରମୁଖ ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ ପ୍ରକଳ୍ପ ବେଲୁଚିସ୍ତାନ ଦେଇ ଗତି କରୁଛି । ବେଲୁଚିସ୍ତାନ ଗଣରାଜ୍ୟ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ବୃଦ୍ଧି ପାଉଥିବା ରଣନୈତିକ ମେଣ୍ଟକୁ ଗଭୀର ବିପଦପୂର୍ଣ୍ଣ ବୋଲି ଦେଖେ । ସେ ଦାବି କରିଛନ୍ତି ଯେ ଯଦି ବେଲୁଚିସ୍ତାନର ପ୍ରତିରୋଧ ଏବଂ ପ୍ରତିରକ୍ଷା ବାହିନୀକୁ ସୁଦୃଢ଼ ଏବଂ ଗମ୍ଭୀରତାର ସହିତ ନିଆନଯାଏ , ତେବେ ଏହି ଅଞ୍ଚଳ ଶୀଘ୍ର ସିଧାସଳଖ ଚୀନ୍ ସାମରିକ ଉପସ୍ଥିତି ଦେଖିପାରେ । ସ୍ଥାନୀୟ ଜନସଂଖ୍ୟାର ସମ୍ମତି ବିନା ବେଲୁଚିସ୍ତାନରେ ଯେକୌଣସି ଚୀନ୍ ସୈନ୍ୟ ମୁତୟନର ବ୍ୟାପକ ଆଞ୍ଚଳିକ ପରିଣାମ ହେବ ।
ଏହା ବ୍ୟତୀତ, ଚିଠିରେ ସେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନ ଏବଂ ପିଓକେ ଉପରେ ଅପରେସନ ସିନ୍ଦୁର ଦ୍ବାରା ଭାରତୀୟ ଆକ୍ରମଣକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଆମେ ପୂର୍ବ ବର୍ଷରେ ମୋଦି ସରକାରଙ୍କ ଦ୍ୱାରା ଅପରେସନ ସିନ୍ଦୂର ମାଧ୍ୟମରେ ନିଆଯାଇଥିବା ସାହସିକ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରୁଛୁ । ମିର ୟାର ବାଲୋଚ୍ଙ୍କ ଦାବି ଉପରେ ଏପର୍ଯ୍ୟନ୍ତ ଭାରତ ସରକାର କିମ୍ବା ଚୀନ୍ ଏବଂ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ଦିଆଯାଇ ନାହିଁ ।

