6979c0d18fc93 the plane went down just 50 metres from the airport while landing near baramati resulting in no sur 285451448 16x9 1 750x430

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ଚାର୍ଟର୍ଡ ବିମାନ ବାରାମତିରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା।

ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା। ଯାହା ସମଗ୍ର ମହାରାଷ୍ଟ୍ର ଏବଂ ଦେଶରେ ଶୋକର ଛାୟା ଖେଳାଇଦେଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି କହିଛନ୍ତି, “ଆମେ ରାଜ୍ୟରେ ତିନି ଦିନିଆ ଶୋକ ଘୋଷଣା କରିଛୁ।”

ସେ ଆହୁରି ମଧ୍ୟ କହିଛନ୍ତି, ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ଆମ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ହଠାତ୍ ମୃତ୍ୟୁ ଘଟିଛି। ଆଜି ମହାରାଷ୍ଟ୍ର ପାଇଁ ଏକ ଅତ୍ୟନ୍ତ କଷ୍ଟକର ଦିନ। ଏପରି ନେତୃତ୍ୱ ବିକଶିତ ହେବାକୁ ବର୍ଷ ବର୍ଷ ଲାଗେ ଏବଂ ରାଜ୍ୟର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ତାଙ୍କ ବିୟୋଗ ଅବିଶ୍ୱସନୀୟ। ମୁଁ ବ୍ୟକ୍ତିଗତ ଭାବରେ ଜଣେ ଦୃଢ଼ ଏବଂ ଉଦାର ବନ୍ଧୁଙ୍କୁ ହରାଇଛି। ଏହା ତାଙ୍କ ପରିବାର ପାଇଁ ମଧ୍ୟ ଏକ ବଡ଼ କ୍ଷତି।”

ତେବେ ଜୁଲାଇ ୨୦୨୩ରେ ଅଜିତ ପାୱାର ଆଠ ଜଣ ବିଧାୟକଙ୍କ ସହିତ ଏକନାଥ ସିନ୍ଦେ ସରକାରରେ ଯୋଗ ଦେଇଥିଲେ। ଯାହା ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)କୁ ଦୁଇଟି ଗୋଷ୍ଠୀରେ ବିଭକ୍ତ କରିଥିଲା। ଏହି ଘଟଣା ପରେ ତାଙ୍କ ନେତୃତ୍ୱରେ ଦଳକୁ ଦଳର ଆଧିକାରିକ ନାମ ଏବଂ ‘ଘଣ୍ଟା’ ନିର୍ବାଚନ ଚିହ୍ନ ମିଳିଥିଲା। ଶରଦ ପାୱାରଙ୍କ ନେତୃତ୍ୱରେ ଦଳକୁ ଏସପି ଭାବରେ ଚିହ୍ନିତ କରାଯାଇଥିଲା। ସମ୍ପ୍ରତି ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଥିଲା ଯେତେବେଳେ ଏନସିପିର ଏହି ଦୁଇଟି ଗୋଷ୍ଠୀ ପୁଣେ ଏବଂ ପିମ୍ପରି-ଚିଞ୍ଚୱାଡ ନଗର ନିଗମ ନିର୍ବାଚନ ପାଇଁ ହାତ ମିଳାଇଥିଲେ।

Share