ବାଙ୍କୀ : ଆଇସକ୍ରିମ ଖାଇବା ପରେ ୧୮ରୁ ଅଧିକ ପିଲା ଅସୁସ୍ଥ । ବାଙ୍କୀର କିଆପଲା ପଞ୍ଚାୟତ କୁମୁସର ଗାଁରେ ଅଷ୍ଟପ୍ରହରୀ ଚାଲିଥିବା ବେଳେ ଆଇସକ୍ରିମ ଖାଇଥିଲେ ପିଲା । ଗାଁରେ ବୁଲା ବିକାଳୀଠାରୁ ଆଇସକ୍ରିମ ଖାଇଥିଲେ । ଆଇସକ୍ରିମ ଖାଇବା ପରେ ପାଟି ଓ ଜିଭରେ ଘା’ ହୋଇଥିଲା । ସବୁ ଅସୁସ୍ଥ ପିଲା ବାଙ୍କୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାଙ୍କୀ ଥାନା ଅନ୍ତର୍ଗତ କିଆପଲା ଗ୍ରାମ ପଞ୍ଚାୟତର କୁମୁସର୍ ଗାଆଁରେ ଘଟିଛି ଅଘଟଣ । ବାଙ୍କୀ ଡାକ୍ତରଖାନାରେ ପହଞ୍ଚି ପଚରାଉଚରା କରୁଛି ପୋଲିସ । ସେପଟେ ଆଇସିକ୍ରୀମ ବିକାଳୀକୁ ଗ୍ରାମରେ ଅଟକ ରଖି ପୋଲିସ କୁ ଖବର ଦେଇଛନ୍ତି ଗ୍ରାମବାସୀ ।

