ଆଠଗଡ: ଚଳିତବର୍ଷ ଆଠଗଡ ଉପଖଣ୍ଡରେ ଧାନ ମଣ୍ତିରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଦେଖାଦେଇଛି। ଗତ ମାସ ୩୦ ତାରିଖରେ କଟକର ଅତିରିକ୍ତ ଜିଲ୍ଲାପାଳ ଇପସିତା ପ୍ରିୟଦର୍ଶିନୀ ମିଶ୍ର ଆଠଗଡର କେତେକ ମଣ୍ତି ପରିଦର୍ଶନ କରିଥିଲେ। ଏଡିଏମଙ୍କ ପରିଦର୍ଶନ ବେଳେ କେତେକ ମଣ୍ଡିରେ ଦାୟିତ୍ବରେ ଥିବା ଅଧିକାରୀ ଅନୁପସ୍ଥିତ ଥିବା ଏବଂ ମଣ୍ଡିରେ ଆବଶ୍ୟକୀୟ ବ୍ୟବସ୍ଥା ନଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଏହାକୁ ନେଇ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଗତ ଫେବ୍ରୁଆରୀ ୭ ତାରିଖରେ ମଣ୍ତିରେ ନିଜ ଦାୟିତ୍ବ ନିର୍ବାହରେ ଅବହେଳା ପ୍ରଦର୍ଶନ କରିଥିବା ୫ଜଣ ସରକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ମଣ୍ତିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ରହି ଅନଲାଇନରେ ଉପସ୍ଥାପନ ଦେବାର ନିୟମ ଥିଲା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କ ଗସ୍ତ ସମୟରେ କୁଲାଇଲୋ ଓ ଯୋରନ୍ଦା ପଞ୍ଚାୟତ ନିର୍ବାହ ଅଧିକାରୀ ଓ ବଡମ୍ବା ତହସିଲ ଅନ୍ତର୍ଗତ ଜଣେ ରାଜସ୍ୱ ନିରୀକ୍ଷକ ଅନୁପସ୍ଥିତ ଥିଲେ।

