ସୂଚନା ଅନୁସାରେ ଏଲବିଏସ ରୋଡ ଜନସନ୍ ଆଣ୍ଡ ଜନସନ୍ କାରଖାନା ନିକଟରେ ଅପରାହ୍ନ ପ୍ରାୟ ୧୨.୨୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ନିର୍ମାଣ ସମୟରେ ପିଲାରର ଏକ ଅଂଶ ସିଧା ଅଟୋରିକ୍ସା ଉପରେ ପଡ଼ିଥିଲା। ଅଟୋରେ ଥିବା ଯାତ୍ରୀମାନେ (ମୃତକ ଏବଂ ଆହତ) ଉତ୍ତର ପ୍ରଦେଶର ଜୌନପୁର ଅଞ୍ଚଳର, ସେମାନେ ପର୍ଯ୍ୟଟକ ଭାବରେ ମୁମ୍ବଇ ଆସିଥିବା ଜଣ ପଡିଛି। ଘଟଣାରେ ରାମଧନ ଯାଦବ(୫୫)ଙ୍କର ମୃତ୍ୟୁ ହୋଇଥିବା ବେଳେ ବବଲୁ ଯାଦବ(୨୫) ଏବଂ ମହେନ୍ଦ୍ର ଯାଦବ(୩୦) ଆହତ ହୋଇଛନ୍ତି।
ଘଟଣା ପରେ ମୁମ୍ବଇ ଅଗ୍ନିଶମ ବାହିନୀ, ସ୍ଥାନୀୟ ପୁଲିସ, ମେଟ୍ରୋ କର୍ତ୍ତୃପକ୍ଷ, ୱାର୍ଡ କର୍ମଚାରୀ ଏବଂ ୧୦୮ ଆମ୍ବୁଲାନ୍ସ ସେବା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଏବଂ ମୃତକଙ୍କ ପରିବାର ପାଇଁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

