ବାଣପୁର:ଗତକାଲି ବାଣପୁର ଡାକ୍ତରଖାନା ରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସୂତୀ ପାଇଁ ଚିକିତ୍ସା ଚାଲିଥିଲା।ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଡାକ୍ତର ରମାକାନ୍ତ ନାୟକଙ୍କ ଭୁଲ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଛି|ଏନେଇ ବାଣପୁର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ମଧ୍ୟ ହୋଇଛି|ଗତକାଲି ଠାରୁ ଆଜି ଏ ପର୍ଯ୍ୟନ୍ତ କୌଣସି ସମାଧାନର ସୂତ୍ର ବାହାରି ନଥିବାରୁ ଆଜି ପୁଣି ପରିବାର ସମେତ ଗାଁ ଲୋକେ ବାଣପୁର ମେଡିକାଲ ଆଗରେ ରାସ୍ତା ଅବରୋଧ କରି କ୍ଷତିପୂରଣ ସହ ସମ୍ପୃକ୍ତ ଡାକ୍ତରଙ୍କ ଗିରଫ ଦାବି କରି ଧାରଣାରେ ବସିଛନ୍ତି | ଏ ପର୍ଯ୍ୟନ୍ତ ମୃତକ ପାୟଲ ନାୟକଙ୍କ ଶବ ବ୍ୟବଚ୍ଛେଦ ହୋଇନାହିଁ |
ଗାଁ ଲୋକ ମେଡିକାଲ ଭିତରେ ପସି ସାମାନ୍ୟ ଭଙ୍ଗା ରୁଜା କରିଛନ୍ତି | ଡାକ୍ତର ଖାନା ବାହାରେ ଉତ୍ତେଜନା ଲାଗି ରହିଛି | ବାଣପୁର ଥାନା ବଡହନ୍ତୁଆଡ଼ ହରିଜନ ସାହିର ପାୟଲ ନାୟକ ଗତକାଲି ସକାଳେ ପ୍ରସୂତୀ ପାଇଁ ବାଣପୁର ଡାକ୍ତର ଖାନାରେ ଭର୍ତ୍ତି ହେଇଥିଲେ|ସନ୍ଧ୍ୟାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ରମାକାନ୍ତ ନାୟକ ଭୁବନେଶ୍ଵରକୁ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦେଇଥିଲେ|ହେଲେ ପରିବାର ଲୋକ ଦେଖିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା| ଗତକାଲି ରାତିରେ ବି ମେଡିକାଲ ପରିସରରେ ଉତ୍ତେଜନା ରହିଥିଲା |

