ଉଦଳା: ପୋଲିସକୁ ନାହିଁ ଭୟ । ବାଲିଅନ୍ତା, ବ୍ରହ୍ମପୁର ପରେ ଏବେ ଉଦଳାରେ ସମାନ ଘଟଣା । ରାସ୍ତା ପାଲଟିଲା ରେସଲିଂ ରିଙ୍ଗ । ବିଚ୍ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ ହୋଇଛି । ଥାନା ଠାରୁ ମାତ୍ର ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ଗୁଣ୍ଡାଗିରି । ଉଦଳା ଥାନା ଏନଏସି ୫ ନମ୍ବର ୱାର୍ଡରେ ଯୁବକଙ୍କ ଗୁଣ୍ଡାଗିରିର ଭିଡିଓ ସାମ୍ନାକୁ ଆସିଛି । ସଂଘବଦ୍ଧ ଭାବେ ଆସିଲେ ଆଉ ଦୁଇ ଯୁବକଙ୍କୁ ନିର୍ଘାତ ମାରିଲେ । ଯିଏ ଯେମିତି ପାରିଲା ବାଡେଇ ଚାଲିଲା । ମୁଥ, ଚାପୁଡ଼ା ଠାରୁ ଆରମ୍ଭ କରି ୩ ରୁ ଅଧିକ ଯୁବକ ଗୋଡ଼ାଇ ଗୋଡ଼ାଇ ନିର୍ଘାତ ମାଡ଼ ମାରୁଥିବାର ଭିଡିଓ ସାମ୍ନାକୁ ଆସିଛି । ଯେଉଁ ଭିଡିଓରେ ଦୁଇ ଜଣ ଯୁବକଙ୍କୁ ୩ ରୁ ୪ ଜଣ ଯୁବକ ଅତି ଅମାନୁଷିକ ଭାବେ ବିଚ ରାସ୍ତାରେ ଜନଗହଳିପୂର୍ଣ୍ଣ ସ୍ଥାନରେ ମାଡ଼ ମାରୁଥିବା ଦେଖାଯାଇଛି ।
ଏପରିକି ମାଡ଼ ମାରି ଯୁବକଙ୍କୁ ରକ୍ତାକ୍ତ ମଧ୍ୟ କରି ଦେଇଛନ୍ତି । ଆଉ ସଂଘବଦ୍ଧ ଭାବେ ଆସିଥିବା ଯୁବକ ମାନେ ଗୋଡ଼ାଇ ଗୋଡ଼ାଇ ମାରିବା ଏବଂ ସ୍ଥାନୀୟ ଲୋକେ ଦେଖଣାହାରି ପାଲଟିଥିଲେ । ଏହି ଭିଡିଓଟି ଗତ ଏପ୍ରିଲ ମାସରେ ନିମ୍ନ ମାନର କାମ ବାବଦରେ ମୁହଁ ଖୋଲିଥିବାରୁ ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣର ବୋଲି ଜଣାଯାଇଛି । ଆଉ ଏହି ଘଟଣା କୁ ହାଲୁକା ଭାବେ ନେଇଛି ପୋଲିସ ।

