ବାଲେଶ୍ବର: ଶିଶୁଯତ୍ନ ଅନୁଷ୍ଠାନ ପରିସରରୁ ୪ ନାବାଳିକା ନିଖୋଜ । ବାଲେଶ୍ବର ରେମୁଣା ଥାନା ଅନ୍ତର୍ଗତ ମାରିଲାକ ସେବା ସଦନରେ ଗତକାଲି ରାତିରେ ୪ ଜଣ ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ମାମଲାରେ ପୂର୍ବରୁ ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରି ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଥିଲା । ଏସମ୍ପର୍କରେ ଅଭିଭାବକଙ୍କୁ ଅନୁଷ୍ଠାନ ଅବଗତ କରାଇଥିଲେ ମଧ୍ୟ ପୋଲିସକୁ ଏସମ୍ପର୍କରେ ଜଣାଇନାହିଁ । ନାବାଳିକାଙ୍କୁ ସଂପୃକ୍ତ ସଂସ୍ଥା ବିକ୍ରି କରିଥିବା ଅଭିଯୋଗ କରିଛନ୍ତି ପରିବାର । ବାଲେଶ୍ୱର ଜିଲ୍ଲା ଭୋଗରାଇ ଚନ୍ଦନେଶ୍ୱର ଥାନା ଅଞ୍ଚଳର ଜଣେ ନାବାଳିକାକୁ CWC ପକ୍ଷରୁ ଉଦ୍ଧାର ପରେ ମାରିଲାକ୍ ସେବା ସଦନରେ ଛଡାଯାଇଥିଲା । ସଂପୃକ୍ତ ସଂସ୍ଥା ପକ୍ଷରୁ ନାବାଳିକାଙ୍କ ପରିବାରବର୍ଗକୁ କୌଣସି ପ୍ରକାର ସହଯୋଗ କରାଯାଉନଥିବା ଅଭିଯୋଗ ହୋଇଛି ।
ତେବେ ଏଭଳି ସମବେଦନଶୀଳ ଘଟଣା କୁନେଇ ସମ୍ପୃକ୍ତ ସଂସ୍ଥା କାହିଁକି ଥାନାରେ ଅଭିଯୋଗ କଲେନାହିଁ ବୋଲି ପ୍ରଶ୍ନ କରିଛନ୍ତି ପରିବାର ବର୍ଗ । ଘଟଣାକୁ ନେଇ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

