2029873 severe heat 1024x576

ମାଲକାନଗିରି : ଅସହ୍ୟ ଖରା, ତାତି, ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ। ତେବେ ଏହା ମଧ୍ୟରେ କିଛି ସ୍ଥାନରୁ ଅଂଶୁଘାତ ଜନିତ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି। ଶନିବାର ଅଂଶୁଘାତରେ ବନ ବିଭାଗର ପାରା କର୍ମଚାରୀଙ୍କ ମୃତ୍ୟୁ ହେବା ଭଳି ଏକ ଅଭାବନୀୟ ଘଟଣା ଜଣାପଡ଼ିଛି।
ଗୋବିନ୍ଦପାଲି ପାଟ୍ରୋଲିଂ ପାଇଁ ଗଲାବେଳେ ମଝିରାସ୍ତାରେ ପଡ଼ିଗଲେ କର୍ମଚାରୀ ଗୌରାଙ୍ଗ ପୂଜାରୀ। ଅସୁସ୍ଥ ଅବସ୍ଥାରେ ମାଥିଲି ପରେ ମାଲକାନଗିରି ସ୍ଥାନାନ୍ତର ହୋଇଥିଲେ। ମାଲକାନଗିରି ଜିଲା ମୁଖ୍ୟଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମାଥିଲି ବନାଂଚଳରେ ବନ ପାରାଗାର୍ଡ ଭାବେ କାର୍ଯ୍ୟରତ ଥିଲେ ଗୌରାଙ୍ଗ।

Share