ସାଲେପୁର : କନ୍ୟା ସନ୍ତାନ ଜନ୍ମ ହେବାରୁ ପୁଅ ବୋହୁଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଲେ ଶାଶୁ ଶଶୁର ଓ ନଣନ୍ଦ । ମାସେ ହେଲା ଦେଉଥିଲେ ଅକଥନୀୟ ନିର୍ଯାତନା । ସୋସିଆଲ ମିଡିଆରେ ଭିଡିଓ ଭାଇରଲ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ୍ ଶ୍ରିକୃଷ୍ଣପୂର୍ ପଞ୍ଚାୟତର ପଶୁଲୁଣ୍ଡା ଗ୍ରାମରେ ।
ସୂଚନା ଅନୁସାରେ କାନପୁର ଗ୍ରାମର ଅଜୟ ଜେନାଙ୍କ ଝିଅ ପାର୍ବତୀ ଜେନାଙ୍କର ୪ ବର୍ଷ ତଳେ ପଶୁଲୁଣ୍ଡା ଗ୍ରାମର ସମୁଲ୍ୟ ଜେନାଙ୍କ ପୁଅ ଚନ୍ଦ୍ରଶେଖର ଜେନାଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ପରେ ଶାଶୁ ଘର ଲୋକେ ବୋହୂ ପାର୍ବତୀଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । ଗୋଟେ ମାସ ତଳେ ବୋହୂ ପାର୍ବତୀ ଦୁଇଟି କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । କାହିଁକି କନ୍ୟା ସନ୍ତାନ ହେଲା ବୋଲି ବିରୋଧ କରିଥିଲେ ଶାଶୂ ଶଶୁର ।
ଏହା ପରେ ପୁଅ ଓ ବୋହୂଙ୍କୁ ଗାଁ ଦାଣ୍ଡରେ ତଳେ ପକାଇ ନିସ୍ତୁକ ମାଡ଼ ମାରିଥିଲେ ଶାଶୁ ଶଶୁର ଓ ନଣନ୍ଦ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ି ରେ ଭାଇରାଲ ହେଉଛି । ଏହି ଘଟଣାରେ ଶାଶୂ ଶଶୁର ଓ ନଣନ୍ଦଙ୍କ ନାମରେ ମାହାଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପୁଅ ଓ ବୋହୂ । ପୋଲିସ ଘଟଣାର ତଦନ୍ତ କରୁଛି ।

