Elephant 3

ନର୍ଲା : ଦୁଇଟି ହାତୀର ମୃତ୍ୟୁ ଖବର ମିଳିଛି । ଗୋଟେ ଦନ୍ତା ହାତୀର ମୃତ୍ୟୁ ହୋଉଥିବାବେଳେ ଆଉ ଏକ ମାଖନା ହାତୀର ମୃତ୍ୟୁ ହୋଇଛି। କଳାହାଣ୍ଡି ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ ଏକ ପୋଖରୀ ନିକଟରୁ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି । ପ୍ରବଳ ଖରା ସାଙ୍ଗକୁ ଜଙ୍ଗଲରେ ପାଣିର ଅଭାବ ପାଇଁ ହାତୀ ଲଢ଼େଇରୁ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ୩ ରୁ୪ ଦିନ ପୂର୍ବରୁ ହାତୀର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।ବନ ବିଭାଗର DFO, ରେଞ୍ଜର, ଫରେଷ୍ଟର ସହ କର୍ମଚାରୀ ଉପସ୍ଥିତ ରହି ଅଧିକ ତଦନ୍ତ କରୁଛନ୍ତି l

ସେହିପରି ଆଠମଲ୍ଲିକ ବନାଞ୍ଚଳରେ ଏକ ମାଖନା ହାତୀର ମୃତ୍ୟୁ ହୋଇଛି । ଆଠମଲ୍ଲିକ ବନଖଣ୍ଡ ଅଧୀନ ମାଧପୁର ରେଞ୍ଜ ଅଞ୍ଚଳର ମନଜୋର ସେଚ ପ୍ରକଳ୍ପ ନିକଟସ୍ଥ ମନରବେଡା ଖେସରା ଜଙ୍ଗଲରେ ଏହି ମାଖନା ହାତୀର ମାରି ପଡିଛି । ଖବର ପାଇ ସହକାରୀ ବନ ସଂରକ୍ଷକ ସଚ୍ଚିଦାନନ୍ଦ ସେଠୀ ବନକର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀକୁ ଠାବ କରିଛନ୍ତି ।

ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ସାଧାରଣ ହାତୀ ଠାରୁ ଅପେକ୍ଷାକୃତ ଛୋଟ ଆକୃତିର ଏହି ମାଖନା ହାତୀ ଏକୁଟିଆ କିଛିଦିନ ହେବ ମନରବେଡା ଗାଁର ଆଖପାଖ ଜଙ୍ଗଲରେ ଆମ୍ବ ଖାଇବା ପାଇଁ ଆସି ରହିଯାଇଥିଲା । ଏଲିଫାଣ୍ଟ ୱାଚରମାନେ ଏହି ହାତୀକୁ ଟ୍ରାକିଙ୍ଗ କରୁ ଥିଲେ ।

ଆଜି ସକାଳେ ମନରବେଡା ଗାଁ ସଂଲଗ୍ନ ଖେସରା ଜଙ୍ଗଲରେ ହାତୀର ମୃତଦେହ ପଡିଥିବା ଖବର ପାଇ ବନ କର୍ମଚାରି ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ମୃତ ହାତୀର ବୟସ ୬୦ ବର୍ଷ ରୁ ଅଧିକ ହେବ। ବୟସାଧିକ୍ୟ କାରଣରୁ ହାତୀର ମୃତ୍ୟୁ ହୋଇଥାଇ ପରେ ବୋଲି ଆଶଙ୍କା କରାଯାଉଛି | ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Share