Police 10

ଭୁବନେଶ୍ବର: ପୋଲିସ ଏନକାଉଣ୍ଟରରେ ଜଗା ଆହତ। ଏନକାଉଣ୍ଟର୍ ସଂଖ୍ୟା ୯ ଦିନରେ ୩କୁ ବୃଦ୍ଧି । ପୁଣି ବ୍ରହ୍ମପୁର ଜିଲ୍ଲାରେ ଆଉ ଏକ ଏନକାଉଣ୍ଟର୍, ବିଳମ୍ବିତ ରାତିରେ ପୋଲିସ ଗୁଳିରେ ଆହତ ହୋଇଛି ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ଓରଫ ଜଗନ୍ନାଥ ସାହୁ । ଜଗା ର ଦୁଇ ଗୋଡରେ ବାଜିଛି ଗୁଳି। ଜଗାର ନାଁରେ ବଡବଜାର ଓ ସଦର ଥାନାରେ ୯ ଅପରାଧିକ ମାମଲା ରହିଛି l ଆହତ ଜଗାକୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଛି । ଗତକାଲି ରାତିରେ ମଙ୍ଗଳା କୁ ଅମ୍ବିକା ନଗର ଅଞ୍ଚଳରେ ଖଣ୍ଡାରେ ହାଣିଥିଲେ ଜଗା ଓ ତାର ଭାଇ ବଳିଆ ।

ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ପୂର୍ବରୁ ୧୬ ଓ ୨୧ ତାରିଖରେ ଦୁଇଟି ଏନକାଉଣ୍ଟର୍ ହୋଇଥିଲା ବେଳେ ଗତରାତିରେ ଆଉ ଏକ ଏନକାଉଣ୍ଟର ହୋଇଛି । ବାରମ୍ବାର ଗୋଷ୍ଠି କନ୍ଦଳ ଯୋଗୁ ବ୍ରହ୍ମପୁର ଅଶାନ୍ତ ହେଉଛି । ଏଣୁ ଅପରାଧୀ ଯଦି ସୁଧରୀ ବେନି ତେବେ ଏନକାଉଣ୍ଟର ସଂଖ୍ୟା ଆହୁରି ଵୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ସେପଟେ ବଳିଆ କୁ ଖୋଜୁଛି ପୋଲିସ ।

Share