କଳାହାଣ୍ଡି: ଶ୍ବାସରୁଦ୍ଧ ହୋଇ ୬ ମୃତ । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ଅଘଟଣ ଘଟିଛି । ସେଣ୍ଟ୍ରିଂ ବେଳେ ଶ୍ବାସରୁଦ୍ଧ ହୋଇ ଜୀବନ ଯାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଗତ ଦୁଇମାସ ତଳେ ମଧ୍ୟ ଏହିପରି ଏକ ଘଟଣା ସାମ୍ନାକୁ ଆସିଥିଲା । ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲ ଏବଂ ୨ ଜଣ ଗୁରୁତର ମଧ୍ୟ ହୋଇଥିଲେ । ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କେଶାଇବାହାଲ ଠାରେ ଅଘଟଣ ଘଟିଥିଲା । ନବନିର୍ମିତ ସେପ୍ଟିକ ଟାଙ୍କିରେ ସେଣ୍ଟ୍ରିଂ ଖୋଲିବା ପାଇଁ ପଶିଥିଲେ ୪ ଜଣ ଶ୍ରମିକ । ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ୨ ଜଣ ଆହତ ହୋଇଥିଲେ । ମୃତକମାନେ ହେଲେ କେଶାଇବାହାଲର ଶୁସିଲ ନାଏକ ଓ ଭିକାରୀ ଚରଣ ବେହେରା । ଅନ୍ୟ ୨ ଗୁରୁତରଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଏହି ଦୁଃଖଦ ଦୁର୍ଘଟଣାରେ ୬ ଜଣଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

