ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗୁଡିଘାଟ ଫରେଷ୍ଟର ଜୟକୃଷ୍ଣ ଭୋଇ ନିଲମ୍ବିତ । କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବନ କଲେ ବଲାଙ୍ଗିର DFO ଅଜିତ ବିଶି । ଏହାସହ ବିଦ୍ୟୁତ ବିଭାଗର ଯନ୍ତ୍ରୀ ମହମ୍ମଦ ଯୁନେଦ, ଲାଇନମ୍ୟାନ୍ ଅଜିତ ତରିଆ ଓ ଚାଷୀ ସଂଜୀବ ପୁଟେଲ ବିରୋଧରେ ମାମଲା ରୁଜୁ ହୋଇଛି । ଗତ ଏପ୍ରିଲ ୩୦ ତାରିଖରେ ଗୁଡିଘାଟ ସେକ୍ଟରରେ ଏକ ହାତୀର ମୃତ୍ୟୁ ହୋଇଥିଲା l ବିଦ୍ୟୁତ ତାର ଲାଗି ହାତୀର ମୃତ୍ୟୁ ହୋଇଥିବା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସୂଚନାଯୋଗ୍ୟ, ତିନିମାସ ତଳେ ବାଲିଗୁଡା ବନଖଣ୍ଡ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାର ୩ ଶିକାରୀକୁ ଗିରଫ କରାଯାଇଥଇଲା । ଗିରଫ ଅଭିଯୁକ୍ତ ଝିରିପାଣି ଗାଁର କ୍ଷମା ପାତ୍ର, ବୃଷଭ ପାତ୍ର ଓ ଗୋକୁଳ ପାତ୍ର । ଗତ ଜାନୁଆରୀ ୪ ତାରିଖରେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ ଅଭିଯୁକ୍ତ । ବିଦ୍ୟୁତ ତାର ଲାଗି ହାତୀର ଜୀବନ ଯାଇଥିଲା । ତଦନ୍ତ କରି ୩ ଶିକାରୀଙ୍କୁ ଗିରଫ କରିଥିଲା ବନବିଭାଗ ।

