ଯାଜପୁର : ୩୨ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ । ପୋଲିସକୁ ଚକମା ଦେଇ ଘରେ ବଙ୍କର କରି ଲୁଚି ରହିଥିଲା । ଯାଜପୁର ଜିଲ୍ଲା କୁଆଖିଆ ଥାନା ନୂଆହାଟ ଗାଁରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ୧୯୯୪ ମସିହାର ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରବି ମଳିକଙ୍କୁ ପୋଲିସ ୩୨ବର୍ଷ ପରେ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହତ୍ୟାକାଣ୍ଡ ଘଟାଇବା ପରେ ଘର ଭିତରେ ବଙ୍କର କରି ଲୁଚି ରହିଥିଲା। ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ ମଧ୍ୟ କୌଣସି ପତ୍ତା ମିଳୁନଥିଲା। ପରେ ଛଦ୍ମବେଶରେ ଯାଇ ବଙ୍କର ଭିତରୁ ଅଭିଯୁକ୍ତକୁ ଧରିଛି ପୋଲିସ ।
୧୯୯୪ମସିହା ଅକ୍ଟୋବର ୨୧ତାରିଖରେ ରବୀନ୍ଦ୍ର ମଲିକ ସମ୍ବର୍କୀୟ ଭାଇ ପରମାନନ୍ଦଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲା । ଅଭିଯୁକ୍ତ ପେସାରେ ଜଣେ ରାଜମିସ୍ତ୍ରୀ । ମିଥ୍ୟା ପରିଚୟ ଦେଇ ପ୍ରବାସୀ ଶ୍ରମିକ ହୋଇ କାମ କରିବାକୁ ବାହାର ରାଜ୍ୟକୁ ଚାଲି ଯାଇଥିଲା । ଏକ ନକଲି ଆଧାର ଓ ଭୋଟର ପରିଚୟ ପତ୍ର ସଂଗ୍ରହ କରି କିଛି ବର୍ଷ ହାଇଦ୍ରାବାଦ, କେରଳ ଓ ଅନ୍ୟ ସ୍ଥାନରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲା। ଘରକୁ ଆସିଲେ ବଙ୍କର୍ ଭିତରେ ଲୁଚି ରହୁଥିଲା ।

