Uttarakhand

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଏକ ଇନୋଭା କାର୍ ଏବଂ ଟ୍ରେଲର ମଧ୍ୟରେ ଧକ୍କା ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ବାରବାଙ୍କି ଜିଲ୍ଲାର ହାଇଦରଗଡ ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ଗାଡିରେ ୭ ଜଣ ଯାତ୍ରୀ ଥିଲେ । ଏହି ସମସ୍ତ ଯାତ୍ରୀ ଉତ୍ତରାଖଣ୍ଡର କୈଞ୍ଚି ଧାମ ଦର୍ଶନ କରିବାକୁ ଯାଉଥିଲେ । ପ୍ରାୟ ରାତି ୨ ଟା ୩୦ ସମୟରେ ସୁଲତାନପୁରରୁ ଲକ୍ଷ୍ନୌ ଯାଉଥିବା ଏକ ଇନୋଭା କାର ଓ ଏକ ଟ୍ରଲର ସହିତ ଧକ୍କା ହୋଇଥିଲା । ଫଳରେ ଇନୋଭାରେ ଥିବା ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା, ଯେତେବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିଲେ ।

ଅନ୍ୟପଟେ ୩ ଜଣ ଆହତଙ୍କୁ ପ୍ରଥମେ ହାଇଦରଗଡ଼ର କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଲକ୍ଷ୍ନୌର KGMU ସ୍ଥିତ ଟ୍ରମା ସେଣ୍ଟରକୁ ପଠାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚଳାଇଛି । ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛି ।

Share