Panna

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ପନ୍ନା ଜିଲ୍ଲା ଅଜୟଗଢ ଥାନା ଅଞ୍ଚଳରେ ବଡ଼ ଅଘଟଣ । ଅଜୟଗଢ ଥାନା ଅନ୍ତର୍ଗତ ଗ୍ରାମ ବିହାରପୁରୱାରେ ନିର୍ମାଣାଧୀନ କୂଅ ଧସିବା ଯୋଗୁଁ ୫ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ସମସ୍ତ ଶ୍ରମିକ ଖୋଳା ହୋଇଥିବା କୂଅରୁ ବାଲି କାଢୁଥିଲେ । କିନ୍ତୁ ହଠାତ୍ ମାଟି ଧସିବା ଯୋଗୁଁ ସମସ୍ତେ ଏହା ତଳେ ଚାପି ହୋଇଯାଇଥିଲେ । ଘଟଣା ବିଷୟରେ ପ୍ରଶାସନ ଏବଂ ପୋଲିସ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଖବର ମୁତାବକ, ଅଜୟଗଢ ଥାନା ଅନ୍ତର୍ଗତ ଗ୍ରାମ ବିହାରପୁରୱାରେ ନିର୍ମାଣାଧୀନ କୂଅ ଧସିବା ଯୋଗୁଁ ୫ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ସମସ୍ତ ଶ୍ରମିକ ଖୋଳା ହୋଇଥିବା କୂଅରୁ ବାଲି କାଢୁଥିଲେ । ମାଟି ଧସିବା ଯୋଗୁଁ ସମସ୍ତେ ଚାପି ହୋଇଯାଇଥିଲେ । ପ୍ରଶାସନ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକ ଦବିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ।

ତେବେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିଚୟ ମିଳିଛି । ମୃତକଙ୍କ ଭିତରେ ଚୁନ୍ନୁ ଯାଦବ, ରାମପାଲ ଯାଦବ, ରାଜକୁମାର ଯାଦବ, ଆଶୀଷ ଯାଦବ, ଚୁନବାଦ ପାଲ ରହିଛନ୍ତି । ସବୁ ଶ୍ରମିକ ଗୋଟିଏ ପରିବାରର ବୋଲି ଜଣାପଡିଛି । ଦୀର୍ଘ ଦିନରୁ କୂଅ ଖୋଳିବା କାମ ଏମାନେ କରୁଥିଲେ । କାମ କରିବା ସମୟରେ କୂଅରେ ମାଟି ପଡିଥିଲା, ଏହାକୁ ବାହାର କରୁଥିଲେ । ଉଦ୍ଧାରକାରୀ ଦଳ ପହଞ୍ଚି ମୃତଦେହକୁ ବାହାର କରିଛନ୍ତି ।

Share