ଭୁବନେଶ୍ୱର : ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ଆଜି ଭୁବନେଶ୍ୱରରେ ଅଭିଯୋଗ ଶୁଣାଣି ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ୧୮ ତମ ଅଭିଯୋଗ ଶୁଣାଣି ହୋଇଥିଲା । ଯେଉଁଥିରେ ୬୦୦ରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି । ଏହା ପୂର୍ବରୁ ୧୬ ହଜାର ୬୦୦ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିରୁ ୧୪ ହଜାର ୪୬ଟି ଅଭିଯୋଗର ସମାଧାନ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଅର୍ଥାତ ପ୍ରାୟ ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ସେହିପରି ସାରା ରାଜ୍ୟରେ ଜିଲ୍ଲାସ୍ତରରେ ଏପ୍ରିଲ ମାସ ସୁଦ୍ଧା ୨ ଲକ୍ଷ ୩୯ ହଜାର ୯୩୩ ଟି ଅଭିଯୋଗ ହୋଇଥିଲା । ସେଥିରୁ ୨ ଲକ୍ଷ ୩୧ହଜାର ୨୪୦ ଟି ଅଭିଯୋଗର ସମାଧାନ ହୋଇଛି ।

