ନବରଙ୍ଗପୁର: ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକାକୁମ ଉଦ୍ଧାର କଲା ପୋଲିସ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରୁ ୯ଜଣ ନାବାଳିକା ଉଦ୍ଧାର । ବାହାର ରାଜ୍ୟକୁ ଦାଦନ ଖଟିବା ନିମନ୍ତେ ଦଲାଲର ଗାଡିକୁ ଡାବୁଗାଁ ବ୍ଲକ ସରାଗୁଡା ଛକ ନିକଟରେ ଅପେକ୍ଷା କରିଥିଲେ ନାବାଳିକା । ଜିଲ୍ଲା ଶ୍ରମିକ ସଭାପତି ସନାତନ ସାହୁଙ୍କୁ ସନ୍ଦେହ ହେବାରୁ ତୁରନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲେ । ସ୍ଥାନୀୟ ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ।
ଖବର ପାଇ ଡ଼ାବୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ୯ଜଣ ନାବାଳିକାଙ୍କୁ ଉଦ୍ଧାର କରି ଥାନାରେ ରଖିଛନ୍ତି । ଶ୍ରମିକମାନଙ୍କୁ କେଉଁଠି ଏବଂ କେଉଁ କାମ ପାଇଁ ନିଆଯାଉଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ବୟାନ ଆଧାରରେ ଘଟଣାର ଅଧିକ ଖୋଳତାଡ଼ ଚାଲିଛି।ପୋଲିସ ଆସିବା ପୂର୍ବରୁ ଘଟଣା ସ୍ଥଳରୁ ଦଲାଲ ଫେରେର ହୋଇଯାଇଛି । ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ମିଳିପାରିନାହିଁ।

