ଅନୁଗୁଳ: ଭିଜିଲାନ୍ସ ଜାଲରେ ଅନୁଗୁଳ ଜରପଡ଼ା ଥାନା ASI ସୀତା ନାୟକ । ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ମାମଲାର ଚୂଡ଼ାନ୍ତ ରିପୋର୍ଟ ଦେବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଅଭିଯୋଗକାରୀ ବିମଳବେଡ଼ାର ଲକ୍ଷ୍ମୀଧର ସାହୁଙ୍କ ଠାରୁ ନେଉଥିଲେ ଲାଞ୍ଚ । ଭିଜିଲାନ୍ସ ଜାଲରେ ପଡ଼ିଥିବା ASI ସୀତା ନାୟକଙ୍କର ୩ଟି ସ୍ଥାନରେ ଚାଲିଛି ରେଡ୍ । ଢେଙ୍କାନାଳ ଭୁବନ ବ୍ଲକ ଅଧୀନସ୍ଥ ଅଁଳାପାଳ ଗାଁରେ ଥିବା ଶାଶୁଘର, ଜରପଡାସ୍ଥିତ ଭଡ଼ାଘର, ଥାନା କାର୍ଯ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଚଢ଼ାଉରେ ଅନୁଗୁଳ ଭିଜିଲାନ୍ସ ଟିମ୍ ସହ ଢେଙ୍କାନାଳ ଓ କଟକ ଟିମ୍ ସାମିଲ । ସୀତାଙ୍କୁ ଅନୁଗୁଳସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ସୀତା ନାୟକଙ୍କୁ ଅଣାଯାଇ ଅଧିକ ପଚରାଉଚରା କରାଯାଉଛି । ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

