ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍ । କନିଷ୍ଠ କିରାଣୀ ସୁବ୍ରତ ବେହେରାଙ୍କ ଦ୍ୱାରା ଅର୍ଥ ହେରଫେର ମାମଲାରେ ଚାଲିଛି ତନାଘନା । ଡାକ୍ତର, ନର୍ସ, କିରାଣୀ ଓ କର୍ମଚାରୀଙ୍କୁ ହେବ ମାରାଥନ୍ ଜେରା । ଦୁଇ ଦିନ ଧରି ଚାଲିବ ଜେରା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୋଟ୍ ୯୩ ଜଣ ଡାକ୍ତର ଓ କର୍ମଚାରୀଙ୍କୁ ଜେରା କରାଯିବ । ଆଜି ୪୯ ଜଣ କର୍ମଚାରୀଙ୍କୁ ପଚରାଉଚରା କରିବ ଭିଜିଲାନ୍ସ ।
କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ୩୨ ଜଣ ଡାକ୍ତର, ୨୪ ଷ୍ଟାଫ ନର୍ସ, ୯ ଜଣ କିରାଣୀ । ୮ ଜଣ ୱାର୍ଡ ଆଟେଣ୍ଡାଣ୍ଟ, ୨ ଜଣ ରୋଷେୟା, ୨ ଜଣ ଡ୍ରାଇଭର, ଜଣେ ପିଅନ ବି ସୁବ୍ରତଙ୍କ ଦ୍ଵାରା ଅର୍ଥ ତୋଷାରପାତର ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଏବେ ୨୬ ଜଣ ଅବସର ନେଇସାରିଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇସାରିଛି । ଅର୍ଥ ହେରଫେର ଅଭିଯୋଗରେ ଗତ ଫେବ୍ରୁଆରୀ ମାସରେ ସୁବ୍ରତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।୨ କୋଟି ୩୮ ଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା ।

