Jail n

ଝାରସୁଗୁଡା: ଜେଲ୍ ଭିତରେ ଏସପିଙ୍କ ସରପ୍ରାଇଜ୍ ରେଡ୍ । ଝାରସୁଗୁଡା ଜିଲ୍ଲା ଜେଲରେ ପୋଲିସର ବଡ଼ଧରଣର ଚଢ଼ାଉ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟେକ୍ଷ ନେତୃତ୍ୱରେ ଜେଲ୍ ଭିତରେ ପଶିଛି ପୋଲିସର ସ୍ପେଶାଲ୍ ଟିମ୍ । ଜେଲର କୋଣ ଅନୁକୋଣରେ ଚାଲିଛି ସର୍ଚ୍ଚ ଅପରେସନ । ଚଢ଼ାଉ ବେଳେ ଜେଲ୍ ଭିତରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି ।

ଅପରାଧୀମାନେ ଜେଲ୍ ଭିତରେ ଖୁଲମ ଖୋଲା ନିଶା କାରବାର ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ବ୍ୟବହାର କରୁଥିଲେ। ଝାରସୁଗୁଡା ଜେଲ୍ ଭିତରେ ଚାଲିଥିବା ବେଆଇନ କାରବାର ନେଇ ଚଢ଼ାଉ କରିଥିଲା । ଆଜି ସକାଳୁ ସକାଳୁ ଝାରସୁଗୁଡା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ବଡ଼ ପୋଲିସ ଫୋର୍ସ ହଠାତ୍ ଜେଲ୍ ଭିତରେ ଚଢ଼ାଉ କରିଥିଲା ।  ଜେଲ୍ ର ପ୍ରତ୍ୟେକଟି ୱାର୍ଡ, କଏଦୀମାନଙ୍କ ବେଡ୍ ଏବଂ ଶୌଚାଳୟ ସବୁ କିଛି ଯାଞ୍ଚ କରାଯାଇଛି । ରେଡ୍ ବେଳେ ଗଞ୍ଜେଇ, ନିଶା ବଟିକା ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଜବତ କରାଯାଇଛି । ଏହି ସବୁ ସାମଗ୍ରୀ ଜେଲ ଭିତରକୁ କେମିତି ଆସୁଛି ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି SP ସୂଚନା ଦେଇଛନ୍ତି ।

Share