Book m

ଭୁବନେଶ୍ୱର : ପିଲାଙ୍କୁ ଆଗାମୀ ବର୍ଷ ମିଳିବ ସଂଶୋଧିତ ବହି । ଏବର୍ଷ ଯେଉଁ ତ୍ରୁଟି ରହିଛି, ଶିକ୍ଷକମାନଙ୍କୁ ଜଣାଇ ଦିଆଯାଇଛି । ଶିକ୍ଷକମାନେ ଶ୍ରେଣୀ ଗୃହରେ ପିଲାଙ୍କ ବହିକୁ ସଂଶୋଧନ କରି ପଢ଼ାଇବେ । ଆଗାମୀ ବର୍ଷ ସଂଶୋଧିତ ବହି ପ୍ରକାଶ କରି ପିଲାଙ୍କୁ ଦିଆଯିବ । ଏହି ସୂଚନା ଦେଇଛନ୍ତି SCERT ନିର୍ଦ୍ଦେଶିକା । ଚଳିତ ବର୍ଷ ନୂଆ ବହି ଛପା ହେବନି , ସଂଶୋଧନ ପୁସ୍ତିକାରେ ପଢ଼ିବେ ଛାତ୍ରଛାତ୍ରୀ । ଚଳିତ ଶିକ୍ଷାବର୍ଷରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବହି ଛପା ହେବ ନାହିଁ ବୋଲି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ପୂର୍ବରୁ ଥିବା ବହିରେ ଯେଉଁ ଭୁଲ ରହିଛି, ସେଗୁଡ଼ିକୁ ସଂଶୋଧନ କରି ଏକ ବିଶେଷ ପୁସ୍ତିକା ମାଧ୍ୟମରେ ସ୍କୁଲଗୁଡ଼ିକୁ ପଠାଯାଇଛି ।

ସେପଟେ ଆଜିଠାରୁ ସ୍କୁଲ ଖୋଲିଛି ହେଲେ ତ୍ରୁଟିଯୁକ୍ତ ବହି ପଢିବାକୁ ବାଧ୍ୟ ହୋଇଛନ୍ତି ଛାତ୍ରଛାତ୍ରୀ । ପାଠ୍ୟପୁସ୍ତକରେ ସମସ୍ୟାର ଗମ୍ଭୀରତାକୁ ଦେଖି ଖୋଦ୍ ମୁଖ୍ୟମନ୍ତ୍ରୀ ପାଠ୍ୟବହି ମଗାଇ ସମୀକ୍ଷା କରିବା ସହିତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଭୁଲ୍ କିପରି ହେଲା ଜାଣିବା ଲାଗି ଏକ ୩ ଜଣିଆ ଉଚ୍ଚସ୍ତରୀୟ ଟିମ୍ ଗଠନ କରାଯାଇଛି । ରିପୋର୍ଟ ଆସିବା ପରେ ଦାୟୀ ଅଧିକାରୀ ଓ ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Share