ଭୁବନେଶ୍ବର: ଯୁକ୍ତ ୩ (UG) ସିଟ୍ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ବିଭିନ୍ନ କଲେଜରେ ମୋଟ ୧୦ ହଜାର ୩୭୨ ଅତିରିକ୍ତ ସିଟ ବୃଦ୍ଧି କରାଯାଇଛି । ଷ୍ଟେଟ୍ ପବ୍ଲିକ ୟୁନିଭର୍ସିଟିଗୁଡ଼ିକରେ ୧୨୧୬ ସିଟ ବଢ଼ାଯାଇଥିବା ବିଭାଗ ପକ୍ଷରୁ ସୂଚନା ରହିଛି ।
ତେବେ ଯୁକ୍ତ ୩ ନାମଲେଖା ପାଇଁ ଅଧିକ ଆବେଦନ ଆସିଥିବାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଏହି ସିଟ୍ ବୃଦ୍ଧି ହେବା ଫଳରେ ଅଧିକ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ଭର୍ତ୍ତି ସୁଯୋଗ ମିଳିବ ବୋଲି ଆଶା କରାଯାଉଛି ।

