ଭୁବନେଶ୍ୱର : ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିର୍ଦ୍ଧାରିତ ସମୟର ପ୍ରାୟ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ମହାମହିମ। ପ୍ରତିକୂଳ ପାଗ ଯୋଗୁଁଁ ଆକାଶ ବଦଳରେ ସଡକ ପଥରେ ଆସି ପହଞ୍ଚିଲେ।ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ପଶ୍ଚିମବଙ୍ଗ କଲାଇକୁଣ୍ଡାରେ ପହଞ୍ଚି ସେଠାରୁ ସଡକ ପଥରେ ରାଇରଙ୍ଗପୁର ଆସିଲେ ରାଷ୍ଟ୍ରପତି। ବାଙ୍ଗିରିପୋଷି, ବିଶୋୟୀ ହୋଇ ସଡକ ପଥରେ ରାଇରଙ୍ଗପୁରରେ ପହଞ୍ଚିଲେ। ଅପରାହ୍ଣ ୩ଟା ୪୫ରେ ରାଇରଙ୍ଗପୁର ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ପହଞ୍ଚିବାର ଥିଲା। ମାତ୍ର ପାଗ ଖରାପ ଯୋଗୁଁଁ ଆକାଶ ମାର୍ଗ ଛାଡି ସଡକ ମାର୍ଗରେ ଆସିଲେ।

