Tiger

ନବରଙ୍ଗପୁର : କଲରାପତରିଆ ନୁହେଁ ଏଥର ହେଉଥିଲା ମହାବଳ ବାଘ ଛାଲର ଡିଲ୍ । ନିଜେ ଗ୍ରାହକ ସାଜି ମହାବଳ ଛାଲ ଚୋରାଚାଲାଣକାରୀଙ୍କୁ କାବୁ କଲା ବନବିଭାଗ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅନ୍ତର୍ଗତ ପାତ୍ରୀ ସଂରକ୍ଷିତ ଜଙ୍ଗଲରେ ୧୦ ଲକ୍ଷ ଟଙ୍କାରେ ଡିଲ ବେଳେ ମହାବଳ ଛାଲ ଜବତ ହୋଇଛି ।  ଚଢାଉ ବେଳେ ଦୁଇଜଣ ଫେରାର ହୋଇଯାଇଛନ୍ତି, ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଛି ବନବିଭାଗ ।

ଗିରଫ ଅଭିଯୁକ୍ତ ହେଲା ଡାବୁଗାଁ ଥାନା ପାତ୍ରୀ ଗାଁର ଶିବୁନ ଟାକ୍ରୀ । କିଛି ଦିନ ହେଲା ଶିବୁନ ମହାବଳ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିଲା ।  ଖବର ପାଇ ବନବିଭାଗ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଜାଲ ବିଛେଇଥିଲା ।  ଶିବୁନ ଟାକ୍ରୀ ଓ ଅନ୍ୟ ଦୁଇ ଅଭିଯୁକ୍ତ ବାଘ ଛାଲ ଧରି ଆସିବା ମାତ୍ରେ ମାଡ଼ିବସିଥିଲା ବନବିଭାଗ । ଏନେଇ ବନ ବିଭାଗ ତରଫରୁଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି। ଫେରାର ଦୁଇ ଅଭିଯୁକ୍ତଙ୍କ ଧରିବାକୁ ଚଢାଉ ଜାରି ରଖିଥିବା କହିଛନ୍ତି ଡିଏଫଓ ।

Share