ସମ୍ବଲପୁର : ରାୟଗଡ଼ା କଲ୍ୟାଣସିଂହ ପୁର ହିଂସା ଘଟଣାର କିଛି ଘଣ୍ଟା ପରେ ସମ୍ବଲପୁରରେ ମଧ୍ୟ ସମାନ ଧରଣର ଘଟଣା ଦେଖିବାକୁ ମିଳିଛି l ଗୁରୁତର ହୋଇ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ କିଛି ଯୁବକ ଘୋଷାରି ଘୋଷାରି ନେଉଥିବା, ସହ ଲାତ, ଗୋଇଠା ମାରୁଥିବାର ଭିଜୁଆଲରେ ଦେଖାଯାଉଛି l ଏହା ସହ କିଛି ଯୁବକ ବ୍ୟକ୍ତିଙ୍କ ବ୍ୟାଗ କୁ ଖୋଲି ଯାଞ୍ଚ କରୁଥିବା ବେଳେ ତଳେ ଶୁଆଇ ମାଡ଼ ମାରୁଥିବାର ଏକ ଭିଜୁଆଲରେ ଦେଖିବାକୁ ମିଳିଛି l
କିଛି ଉତ୍ୟକ୍ତ ଯୁବକ ବ୍ୟକ୍ତିଙ୍କ ଚାରିପଟେ ଘେରି ରହିଥିବାର ଦେଖିବାକୁ ମିଳିଛି l ତେବେ ଏହି ଘଟଣା ନେଇ କ୍ଷେତରାଜପୁର ପୋଲିସ ସୂଚନା ପାଇଁ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ l ପଚରା ଉଚରା ପରେ ବ୍ୟକ୍ତିଙ୍କ ପରିଚୟ ମିଳିଛି ବୋଲି ପୋଲିସ ସୂଚନା ଦେଇଛି l ବ୍ୟକ୍ତି ଜଣକ କେରଳି ଭାଷାରେ କଥା ହେଉଛନ୍ତି l
ସେ ହୁଏତ କେରଳର ହୋଇ ପାରନ୍ତି l କାମ ଅନ୍ବେଷଣରେ ସେ ଏଠାକୁ ଆସିଥିଲେ ବୋଲି ପୋଲିସ ସୂଚନା ଦେଇଛି l ଯୁବକଙ୍କୁ ପିଲା ଚୋର ଭାବି ବଡ଼ବାଜାର ଧୂବାପଡ଼ା ଅଞ୍ଚଳର କିଛି ଲୋକ ତାଙ୍କୁ ଧରିପକେଇଥିଲେ l ତେବେ କଥା ହେଲା ବେଳକୁ ତାଙ୍କ ଭାଷା ନବୁଝିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୁଲ ବୁଝାମଣା ପରିସ୍ଥିତି ଉତ୍ପନ୍ନ ହୋଇଥିଲା l ତେବେ ଏହି ଘଟଣାରେ କୌଣସି ମାମଲା ରୁଜୁ ହୋଇନାହିଁ l

