ଭଞ୍ଜନଗର : ଖୁଡ଼ିକୁ ହତ୍ୟା କଲା ପୁତୁରା । ଖୁଡି ବେକରେ ଗାମୁଛା ବାନ୍ଧି, ହତ୍ୟା କଲା ପୁତୁରା । ହତ୍ୟାରେ ପୁତୁରା ବୋହୁ ବି ସାମିଲ ନେଇ ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆପଲ୍ଲୀ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକ ହେଉଛନ୍ତି ରେବତୀ ପ୍ରଧାନ । ଗାଁ ନିକଟସ୍ଥ ଏକ ନାଳକୁ କିଛି ପଥର ସଂଗ୍ରହ କରିବା ପାଇଁ ଯାଇଥିବା ଖୁଡିକୁ ଏକୁଟିଆ ଦେଖି, ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ଜଗନ୍ନାଥପ୍ରସାଦ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ । ଅଭିଯୁକ୍ତ ପୁତୁରା ଓ ପୁତୁରା ବୋହୂ ଫେରାର ରହିଛନ୍ତି । ଜମିବାଡ଼ି ଏବଂ ସମ୍ପତ୍ତିକୁ ନେଇ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।

