ପୁରୀ : ପୁରୀରେ ଯୋଗଗୁରୁ ବାବା ରାମଦେବ । ଶ୍ରୀକ୍ଷେତ୍ର ପୁରୀ ପହଞ୍ଚିଛନ୍ତି ବାବା ରାମଦେବ । ଏ ଅବସରରେ ଗଣମଧ୍ୟାମକୁ ପ୍ରତିକ୍ରିୟା ଦେଇ ବାବା ରାମଦେବ କହିଛନ୍ତି, “ମହାପ୍ରଭୁଙ୍କ ଦର୍ଶନ କରି ବହୁତ ଆନନ୍ଦ ଅନୁଭବ କରୁଛି । ମୋର ସୌଭାଗ୍ୟ ଯେ ଚତୁର୍ଦ୍ଧାବିଗ୍ରହଙ୍କୁ ରତ୍ନ ସିଂହାସନରେ ଦର୍ଶନ କଲି ।” ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାମଦେବଙ୍କୁ ମହାପ୍ରଭୁଙ୍କ ପବିତ୍ର ଖଣ୍ଡୁଆ ପାଟ ଓ ମହାପ୍ରସାଦ ପ୍ରଦାନ କରାଯାଇଥିଲା । ବିଶ୍ୱ ଯୋଗ ଦିବସ ପରିପ୍ରେକ୍ଷୀରେ ବାବା ରାମଦେବ କହିଛନ୍ତି , କେବଳ ଯୋଗ ଦିବସ ନୁହେଁ, ପ୍ରତ୍ୟେକ ଦିନ ଯୋଗ କରି ସମସ୍ତେ ସୁସ୍ଥ ରୁହିବାକୁ ସେ କାମନା କରିଛନ୍ତି ।

