Screenshot 2026 06 24

ପୁରୀ:ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ମନୋରମା ହୋଟେଲର ମାଲିକ ପବିତ୍ର ନାୟକଙ୍କ ହତ୍ୟା ହୋଇଛି । ଏହି ମାମଲାରେ ସଂପୃକ୍ତ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୁରୀ ପୋଲିସ। ଅଭିଯୁକ୍ତ ହେଉଛନ୍ତି ଚନ୍ଦନ କୁମାର ପଲାର।  ଅଭିଯୁକ୍ତ ଚନ୍ଦନଙର ଘର ପୁରୀ ଚକ୍ରତୀର୍ଥ ରୋଡ୍ ଅଞ୍ଚଳରେ । ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟାଇବା ପରେ ସେ ଫେରାର ହେବାକୁ ଚେଷ୍ଟା କରୁଥିଲା । ତେବେ ବଳିଆପଣ୍ଡା ପୋଲିସ  ଓମକାରେଶ୍ବର ମନ୍ଦିର ନିକଟରେ  ଲକ୍ଷ୍ୟ କରି ଗୁଳି ଚଳାଇଥିଲା ।ଚନ୍ଦନର ବାମ ଗୋଡରେ ବାଜିଛି ଗୁଳି।  ଅଭିଯୁକ୍ତ ଚନ୍ଦନକୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପଟେ ମୁଖ୍ୟ ଅଭିଯୁକ୍ତ ଚିନ୍ମୟ ପଲାର ସହିତ ଅନ୍ୟ ଜଣେ ଫେରାର ହୋଇଥିବା ଜଣାଯାଇଛି।

ସୂଚନାମୁତାବକ,ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସ୍ଥାନୀୟ ମନୋରମା ହୋଟେଲର ମାଲିକ ପବିତ୍ର ନାୟକଙ୍କୁ ଗତକାଲି ବିଳମ୍ବିତ ରାତିରେ ଛୁରୀ ମାରି ହତ୍ୟା କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ଏବଂ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି। ବଳିଆପଣ୍ଡା ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ହୋଟେଲ ବ୍ୟବସାୟ ଏବଂ ବ୍ୟାବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ପବିତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ଚନ୍ଦନର ସିଧାସଳଖ ସଂପୃକ୍ତି ଥିବା ନେଇ ପୋଲିସ ସ୍ପଷ୍ଟ ହୋଇଥିଲା ।

 

Share