Screenshot 2026 06 24 135752

କେନ୍ଦ୍ରାପଡ଼ା: SPଙ୍କ ଅଫିସ୍‌ ଆଗରେ ଧାରଣା ଦେଇଛନ୍ତି ତିଖିରି ସରପଞ୍ଚ ଚାମେଲି ଓଝା । ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ମହାକାଳପଡ଼ା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ମହାକାଳପଡ଼ା ଥାନା ଆଇଆଇସି ଏବଂ ମହାକାଳପଡ଼ା ବିଡିଓଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ସେ ପ୍ରତିବାଦ ଆରମ୍ଭ କରିଛନ୍ତି ।

ସୂଚନାଥାଉକି, ଗରାପୁରସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରୁ ସମର୍ଥକଙ୍କ ସହ ପଦଯାତ୍ରା କରି ଚାମେଲି ଓଝା କେନ୍ଦ୍ରାପଡ଼ା ଏସପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳୀନ ଧାରଣାରେ ବସିବେ ବୋଲି ଘୋଷଣା କରିଛନ୍ତି ।

 

Share