ଭୁବନେଶ୍ୱର : ହଷ୍ଟେଲରୁ +୨ ଛାତ୍ରଙ୍କ ମୃତଦେହ ଉଦ୍ଧାର| ଘରୋଇ କଲେଜ ହଷ୍ଟେଲରେ ଜୀବନ ହାରିଲେ ଛାତ୍ର। ଶୁକ୍ରବାର ଏହି ଅଘଟଣ ଘଟିଛି। ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ଘରୋଇ ଜ୍ଞାନଭାରତୀ କଲେଜର ଛାତ୍ର ହଷ୍ଟେଲରେ ଜୀବନ ହାରିଛନ୍ତି। ମୃତକ ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ର। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

