Sand

ରାଜନଗର: ବାଲି ମାଫିଆ – ପ୍ରଶାସନ ମୁହାଁମୁହିଁ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବାଲି ମାଫିଆ – ପ୍ରଶାସନ ମୁହାଁମୁହିଁ । ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଅଟକାଇ ପୋଲିସ ଉପସ୍ଥିତିରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି ବାଲି ମାଫିଆ । ଆଜି ରାଜନଗର ଅତିରିକ୍ତ ତହସିଲଦାର ଆଶିଷ କୁମାର ଜେନା ରୁଟିନ ଏନଫୋର୍ସମେଣ୍ଟ ସମୟରେ ଏକ ବାଲି ବୋଝଇ ହାଇୱାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଡିଟି ଅଟକି ନଥିଲା । ହାଇୱାକୁ ଧରିବା ପାଇଁ ୧୨ କିଲୋମିଟର ଗୋଡ଼ାଇବା ବେଳେ ବାଲି ମାଫିଆଙ୍କ ଆଉ ଏକ କାର ତାଙ୍କ ଗାଡି ଆଗରେ ରହି ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଅଟକାଇ ଥିଲା ।

ହାଇୱା ରାସ୍ତା ମଝିରେ ବାଲି ଢାଳି ଖସି ଯିବାକୁ ସମର୍ଥ ହୋଇଥିଲା । ତହସିଲଦାରଙ୍କ ଗାଡ଼ିଟି ଅଟକିବା ପରେ ସେହି ଗାଡ଼ିରୁ ସମ୍ପୃକ୍ତ ବାଲି ମାଫିଆ ବାହାରି ପୋଲିସ ଉପସ୍ଥିତିରେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଛି।ଏହି ଘଟଣା କୁ ନେଇ ଅତିରିକ୍ତ ତହସିଲଦାର ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ବାଲି ମାଫିଆକୁ ପୋଲିସ ଅଟକ ରଖିଥିବା ବେଳେ ବାଲି ବୋଝଇ ହାଇୱାଟି ଫେରାର ହୋଇଯାଇଛି।

Share